ସୁଜିତ କୁମାର
ଗନ୍ଧମାର୍ଦ୍ଦନକୁ ମିଳୁ ସଂରକ୍ଷିତ ଜୈବମଣ୍ଡଳ ମାନ୍ୟତା: ସୁଜିତ କୁମାର ନୂଆଦିଲ୍ଲୀ, ୧୯।୩(ନି. ପ୍ର): ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳକୁ ସଂରକ୍ଷିତ ଜୈବମଣ୍ଡଳର (ବାୟୋସ୍ପିଅର ରିଜର୍ଭ) ମାନ୍ୟତା ପ୍ରଦାନ ପାଇଁ ରାଜ୍ୟସଭାରେ ବିଜେପି ସାଂସଦ ସୁଜିତ କୁମାର ଦାବି କରିଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍ଥାପନ କରି ସାଂସଦ ସୁଜିତ କହିଛନ୍ତି ଯେ, ଦେଶର ୧୮ଟି ବାୟୋସ୍ପିଅର ରିଜର୍ଭ । ଅଞ୍ଚଳ ମଧ୍ୟରୁ ରାଜ୍ୟର ଶିମିଳିପାଳ ଜୈବବିବିଧତା ଅଞ୍ଚଳ ଅନ୍ୟତମ। ଜୈବବିବିଧତା, ସାଂସ୍କୃତିକ ଓ ଧାର୍ମିକ ଦୃଷ୍ଟିରୁ ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳର ସ୍ବତନ୍ତ୍ର ମହତ୍ତ୍ବ ରହିଛି। ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତାଞ୍ଚଳ ୧, ୮୯, ୬୩୯ ବର୍ଗ କିଲମିଟର ଅଞ୍ଚଳ ରେ ପରିବ୍ୟାପ୍ତ । ଏଠାରେ ୧୨ ଶହ ପ୍ରଜାତିରେ ଔଷଧୀୟ ବୃକ୍ଷରାଜି ରହିଛି। ଭୁବେଶ୍ବର ସ୍ଥିତ ଆଞ୍ଚଳିକ ଆୟର୍ବେଦ ଗବେଷଣା କେନ୍ଦ୍ର ଏବଂ ଭାରତୀୟ ବନସ୍ପତି ସର୍ବେକ୍ଷଣ ସଂସ୍ଥା ର ଅଧ୍ୟୟନ ଅନୁଯାୟୀ, ଏଠାରେ ଉପଲବ୍ଧ ୩୦୦ ପ୍ରଜାତି ର ବୃକ୍ଷ କୁ ଆୟୁର୍ବେଦ, ସିଦ୍ଧ ଏବଂ ଅନ୍ୟାନ୍ୟ ରୋଗ ନିରାକରଣ କାର୍ଯ ରେ ବ୍ୟବହାର କରାଯାଇଛି ବନ୍ୟ ଜନ୍ତୁଙ୍କ ବାସ ସ୍ଥଳି ଭାବେ ଏହି ଅଞ୍ଚଳ ର ପ୍ରସିଦ୍ଧ ରହିଛି, ସେହି ପରି ପୌରାଣିକ ଗ୍ରନ୍ଥ ରାମାୟଣ ରେ ଗନ୍ଧମାର୍ଦନ ଅଞ୍ଚଳ ର ମହତ୍ତ୍ଵ ବିଷୟ ରେ ଉଲ୍ଲେଖ ଦେଖିବାକୁ ମିଳିଥାଏ ସ୍ଥାନ୍ୟ ଅଞ୍ଚଳ ରେ ଜୈବ ବିବିଧତା ଓ ବନ୍ୟ ଜନ୍ତୁ ବାସ ସ୍ଥଳି ର ସୁରକ୍ଷା ପାଇଁ ଅବିଳମ୍ବେ ଗନ୍ଧମାର୍ଦନ ପାର୍ବତ୍ୟାଞ୍ଚାଲକୁ ବାଓସ୍ପିଆର ରିଜର୍ଭ ଘୋଷଣା ର ଆବଶ୍ୟକତା ରହିଛି ବୋଲି ସୁଜିତ୍ କୁମାର ଦାବି କରିଛନ୍ତି ।
