
କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଆବାହକତ୍ୱରେ ଗୁରୁବାରଠାରୁ ଦୁଇ ଦିନ ଧରି ହେବାକୁ ଥିବା ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ନିମନ୍ତେ ବୁଧବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଯଜ୍ଞ ମଣ୍ଡପ ନିକଟରୁ ୧୦୦ ରୁ ଅଧିକ ମହିଳା ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ପଦ୍ମ ପୋଖରୀରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ଯଜ୍ଞକର୍ତ୍ତା କିଶୋର ଚନ୍ଦ୍ର ପ୍ରଧାନୀ ଓ ତାଙ୍କ ସହଧର୍ମିଣୀ ସାରଙ୍ଗିନୀ ପ୍ରଧାନୀଙ୍କ ସମେତ ମହିଳାମାନେ ଜଳପୂର୍ଣ୍ଣ କଳସ ଧାରଣ କରି ନଗର ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ। ଏହାପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ଗୁରୁବାର ସକାଳୁ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଶନିବାର ଦିନ ନାମ ସମାପନ ଏବଂ ଦଧିହାଣ୍ଡି ଭଞ୍ଜନ ସହ ପୂର୍ଣ୍ଣାହୂତି ହେବା। ଏହି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞରେ ବିଭିନ୍ନ ସ୍ଥାନରୁ ସଂକୀର୍ତ୍ତନ ଦଳ ଯୋଗଦେଇ ନେଇ ସୂଚନା ରହିଥିବାବେଳେ ଶ୍ରଧାଳୁ ମାନଙ୍କ ପାଇଁ ଅର୍ଣ୍ଣଭୋଗର ବ୍ୟବସ୍ଥା ରହିଛି।